Categories: ଭଦ୍ରକ

ମେଲାଣି ନେଲେ ମା’ ଦୁର୍ଗା

ଭଦ୍ରକ ଅଫିସ, ୧୦।୧୦- ଭଦ୍ରକ ସହରର ବିଭିନ୍ନ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗା ବୁଧବାର ମେଲାଣି ନେଇଛନ୍ତି। ପାରମ୍ପରିକ ବାଦ୍ୟ ବାଜଣା ଓ ଡିଜେର ଧୁମ୍‌ରେ ମା’ଙ୍କୁ ବିଦାୟ ଦିଆଯାଇଛି। ସହରର ପ୍ରମୁଖ ମେଢ଼ଗୁଡିକ ରାଜଘାଟସ୍ଥିତ ସାଳନ୍ଦୀ ନଦୀ ଓ ଚରମ୍ପା ଅଞ୍ଚଳର ମେଢଗୁଡ଼ିକ ଚରମ୍ପା ଧାମରା ଲେଭଲ କ୍ରସିଂ ନିକଟରେ ବିସର୍ଜନ କରାଯାଇଛି। ଚଳିତବର୍ଷ ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇ ନ ଥିବାରୁ ପୂଜା କମିଟି କର୍ତ୍ତୃପକ୍ଷଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। ଲୋକେ ବାଧ୍ୟହୋଇ ସାଳନ୍ଦୀ ନଦୀରେ ମା’ଙ୍କୁ ବିସର୍ଜନ କରିଥିଲେ। ଫଳରେ ନଦୀ ପ୍ରଦୂଷିତ ହୋଇଥିବା ଦେଖିବାକୁ ମିଳିଥିଲା।