ମେଳଣ ଦେଖି ଫେରୁଥିବା ବେଳେ ଗଛକୁ ପିଟିଲା ବାଇକ୍‌: ଆରୋହୀ ମୃତ

ଧାମନଗର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ତାଳସିଠା ନିକଟରେ
ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବନ୍ତ ବ୍ଲକ ସୁନାଗଡିଆ ଗ୍ରାମର ଅଜୟ ବାରିକ (୩୩)। ଅଜୟ ଚୁଡାକୁଟି ମେଳଣ ଦେଖି ଫେରୁଥିବା ବେଳେ ଭାରସାମ୍ୟ ହରାଇବାରୁ ତାଙ୍କ ବାଇକ୍‌ଟି ଏକ ଗଛରେ ପିଟି ହୋଇଥିଲା। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।