Categories: ଜାତୀୟ

ମେଳା ଦେଖି ରାତିରେ ଫେରୁଥିବାବେଳେ ୨ ନାବାଳିକାଙ୍କୁ ଗଣବଳାତ୍କାର

ରାଞ୍ଚି,୧୭।୧(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡର ଖୁଣ୍ଟି ଜିଲା କଳାମାଟି ବ୍ଲକରେ ୨ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବାବେଳେ ୪ ଜଣଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ୫ମରୁ ୮ମ ଶ୍ରେଣୀ ମଧ୍ୟରେ ପାଠ ପଢ଼ୁଥିବା ଏହି ନାବାଳିକାମାନେ ବୁଧବାର ରାତିରେ ମେଳାଦେଖି ଘରକୁ ଫେରୁଥିବାବେଳେ କେତେକ ଯୁବକ ସେମାନଙ୍କୁ କାବୁକରି ଏଭଳି କାଣ୍ଡ କରିଥିବା ପୋଲିସ କହିିଛି। ଗୁରୁବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ନାବାଳିକାଙ୍କୁ ଡାକ୍ତରୀ ମାଇନା ଲାଗି ପଠାଯାଇଥିବାବେଳେ ସେମାନଙ୍କ ମୁହଁରେ ଖଣ୍ଡିଆ ଦାଗ ରହିଥିବା ପୋଲିସ କହିଛି।

Share