ମେସ୍କୋ ଗ୍ରୁପ୍‌ ଅଧ୍ୟକ୍ଷାଙ୍କୁ ନଜରବନ୍ଦୀ ଘଟଣା: କର୍ମଚାରୀ ସଂଘ ସହ ଚାଲିଛି ଆଲୋଚନା

କଳିଙ୍ଗନଗର,୪।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସର ବକେୟା ଦରମା ପାଇ ନ ଥିବାରୁ ଗତ ମଙ୍ଗଳବାର ସକାଳୁ ମୈଥାନ କାରଖାନା ଅଧ୍ୟକ୍ଷା ରୀତା ସିଂଙ୍କୁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଗେଷ୍ଟ ହାଉସ(ହିଲ୍‌ଭ୍ୟୁ ହୋଟେଲ)ରେ ନଜରବନ୍ଦୀ ରଖିଛନ୍ତି। ଏ ନେଇ ବୁଧବାର ମଧ୍ୟାହ୍ନରେ ଉକ୍ତ ଗେଷ୍ଟ ହାଉସରେ ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ପହଞ୍ଚତ୍ କର୍ମଚାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।