Categories: ଫୁରସତ

ମେହରରେ ଗୀତା-କୋରାନ୍‌-ବାଇବେଲ୍‌ ମାଗିଲେ ମୁସଲମାନ୍‌ କନ୍ୟା

କୋଲ୍ଲମ୍‌,୨୯।୧: ମୁସଲମାନ୍‌ ବିବାହରେ କନ୍ୟା ବରଙ୍କୁ ମେହର ମାଗିଥାନ୍ତି। ତେବେ କେରଳରେ ଜଣେ କନ୍ୟା ବିବାହରେ ମେହରରେ ୮୦ଟି ପୁସ୍ତକ ମାଗିଛନ୍ତି। ସେଥିମଧ୍ୟରେ ଗୀତା-କୋରାନ୍‌-ବାଇବେଲ୍‌ ଆଦି ଧର୍ମଗ୍ରନ୍ଥ ରହିଛି। ବର ଇଜାଜ୍‌ ହାକିମ୍‌ କନ୍ୟା ଅଜ୍‌ନା ନାଜିମ୍‌ଙ୍କୁ ୯୬ ପୁସ୍ତକ ଉପହାର ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ କୋଲ୍ଲମ୍‌ ଜିଲାର ନିଲାମେଲ୍‌ରେ ଘଟିଛି। ଇଜାଜ୍‌ ଏବଂ ଅଜ୍‌ନାଙ୍କ ବିବାହ ଡିସେମ୍ବର ୨୯ରେ ହୋଇଥିଲା। ପରେ ଅଜ୍‌ନାଙ୍କ ମେହର ସମ୍ପର୍କରେ ଇଜାଜ୍‌ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ଏବେ ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଜାରି ରହିଛି। ୟୁଜର୍‌ ଅଜ୍‌ନା ନିଆରା ମେହର ଦାବିକୁ ପସନ୍ଦ କରିଛନ୍ତି।

Share