ମେହୁଲ ଚୋକ୍‌ସିଙ୍କ ସ୍ବଦେଶ ଫେରିବା ପଥ ପରିଷ୍କାର : ଭାରତ ଚାପରେ ଆଣ୍ଟିଗୁଆ ରଦ୍ଦ କରିବ ନାଗରିକତା

ସେଣ୍ଟଜୋନ୍ସ୍‌,୨୫।୬: ଭାରତ ଚାପରେ ଆଣ୍ଟିଗୁଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଆଣ୍ଟିଗୁଆ ସରକାର ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ନାଗରିକତା ରଦ୍ଦ କରିବେ ବୋଲି ପ୍ରଧାନମନ୍ତ୍ରୀ ଗେଷ୍ଟନ୍‌ ବ୍ରାଉନ୍‌ ଘୋଷଣା କରିଛନ୍ତି। ଏହାପରେ ଚୋକ୍‌ସିଙ୍କୁ ଭାରତ ଫେରିବାକୁ ବାଧ୍ୟ କରାଯିବ। କୌଣସି ଅପରାଧୀଙ୍କୁ ଦେଶରେ ଆଶ୍ରୟ ଦେବାକୁ ଆଣ୍ଟିଗୁଆ ସରକାର ଚାହୁଁ ନ ଥିବା ବ୍ରାଉନ୍‌ କହିଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କଠାରୁ ୧୩ ହଜାର କୋଟି ଟଙ୍କା ଠକି ନେଇ ଚୋକ୍‌ସି ଆଣ୍ଟିଗୁଆରେ ବାସ କରୁଛନ୍ତି।

Share