Categories: ଜାତୀୟ

ମେହେବୁବା ମୁଫତିଙ୍କୁ ସାକ୍ଷାତ୍‌ କରିପାରିବେ ତାଙ୍କ ଝିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୯: ସୁପ୍ରିମକୋର୍ଟ ଗୁରୁବାର ମେହେବୁବା ମୁଫତିଙ୍କ ଝିଅଙ୍କୁ ଶ୍ରୀନଗର ଯାଇ ନିଜ ମାଆଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତି ଦେଇଛନ୍ତି। ପ୍ରାୟ ଏକ ମାସ ହେବ ମେହେବୁବା ଗୃହବନ୍ଦୀ ଥିବା ବେଳେ ତାଙ୍କ ସହ କାହାକୁ ସାକ୍ଷାତ୍‌ କରିବାକୁ ଦିଆଯାଉ ନ ଥିଲା। ଏବେ ଚେନ୍ନାଇରୁ ଶ୍ରୀନଗର ଯିବାକୁ ମେହେବୁବାଙ୍କ ଝିଅ ସାନା ଇଲତିଜା ଜାଭେଦଙ୍କୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ମାଆ ମେହେବୁବାଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତି ପାଇଁ ଇଲତିଜା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Share