Categories: ଖେଳ

ମେୟଟନ୍‌ କପ୍‌: ଶୁଟର୍‌ ଦିବ୍ୟାଂଶ, ଅପୂର୍ବୀଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୧।୧ (ପି.ଟି.)- ଅଷ୍ଟ୍ରିଆରେ ଚାଲିଥିବା ମେୟଟନ୍‌ କପ୍‌ ଶୁଟିଂ ପ୍ରତିଯୋଗିତାରେ ଭାରତର ଦିବ୍ୟାଂଶ ସିଂ ପନଓ୍ବର ଓ ଅପୂର୍ବୀ ଚାଣ୍ଡେଲା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ଦିବ୍ୟାଂଶ ୨୪୯.୭ ସ୍କୋର ସହ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିଭଳି ଅପୂର୍ବୀ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ମଧ୍ୟ ସମାନ ସଫଳତା ପାଇଥିଲେ। ଫାଇନାଲରେ ସେ ୨୫୧.୪ ସ୍କୋର କରି ପୋଡିୟମ ଶୀର୍ଷରେ ରହିବା ସହ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ଏହି ବିଭାଗର ପୁରୁଷ ଓ ମହିଳା ଇଭେଣ୍ଟରେ ଦୀପକ କୁମାର ଓ ଅଞ୍ଜୁମ ମୌଦଗିଲ ମଧ୍ୟ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଦୀପକ ୨୨୮ ଓ ଅଞ୍ଜୁମ ୨୨୯ ପଏଣ୍ଟ ସ୍କୋର କରିଥିଲେ। ମେୟଟନ୍‌ କପ୍‌ ଏକ ଘରୋଇ ଟୁର୍ନାମେଣ୍ଟ। ଏଥିରେ ଶୁଟର୍‌ ନିଜସ୍ବ ଖର୍ଚ୍ଚରେ ଅଂଶଗ୍ରହଣ କରି ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତା ପୂର୍ବରୁ ନିଜକୁ ପ୍ରସ୍ତୁତ କରିଥାନ୍ତି। ପଦକ ଜିତିଥିବା ଏହି ୪ ଭାରତୀୟ ଚଳିତ ବର୍ଷ ଟୋକିଓରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

Share