ମେ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୦।୫: କରୋନା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଘରୋଇ ବିମାନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ଏଥିଯୋଗୁ କେତେକ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଘରୋଇ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ମେ ୨୫ରୁ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି। ଘରୋଇ ବିମାନ ଚଳାଚଳ ପାଇଁ ସମସ୍ତ ବିମାନ ବନ୍ଦର ଓ ଏୟାରଲାଇନ୍ସ କମ୍ପାନୀକୁ ପ୍ରସ୍ତୁତ ରହିବାକୁ କୁହାଯାଇଥିବାବେଳେ ଯାତ୍ରୀମାନଙ୍କ ଲାଗି ଏସ୍‌ଓପି ଜାରି କରାଯାଇଛି। ଏନେଇ ହରଦୀପ ସିଂ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଲକ୍‌ଡାଉନ ୪.୦ର ଅବଧି ମେ ୩୧କୁ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ସରକାର କେତେକ କଟକଣା ଉପରେ କୋହଳ କରିଛନ୍ତି।

Share