ମେ’ ଶେଷ ସପ୍ତାହରେ ଜେଇଇ ମେନ୍‌

ଭୁବନେଶ୍ୱର,୧।୪(ବ୍ୟୁରୋ): ଆସନ୍ତା ଏପ୍ରିଲ ୫,୭ ଓ ୧୧ରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌କୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ମେ’ ଶେଷ ସପ୍ତାହରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ। ଆଗାମୀ କିଛି ସପ୍ତାହ ମଧ୍ୟରେ ସ୍ଥିତିର ଆକଳନ କରି ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ। ଏନେଇ ମଙ୍ଗଳବାର ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏପ୍ରିଲ ୧୫ପରେ ପରିସ୍ଥିତି ଉପରେ ଦୃଷ୍ଟି ରଖାଯାଇ ପରୀକ୍ଷା ପାଇଁ ପିଲାଙ୍କୁ ଆଡ୍‌ମିଟ୍‌ କାର୍ଡ ଯୋଗାଇ ଦିଆଯିବ। ଛାତ୍ରୀଛାତ୍ରଙ୍କୁ ସଦ୍ୟତମ ଘଟଣାକ୍ରମେ ବିଷୟରେ ସୂଚନା ଦିଆଯିବ ତଥା ସେମାନଙ୍କୁ ଯଥେଷ୍ଟ ପୂର୍ବରୁ ଯେକୌଣସି ପରିବର୍ତ୍ତନ ଏବଂ ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସୂଚିତ କରାଯିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି। ପରୀକ୍ଷାର୍ଥୀମାନେ jeemain.nta.nic.in ଓ www.nta.ac.in ଓ୍ବେବ୍‌ସାଇଟ୍‌ରେ ବର୍ତ୍ତମାନର ସୂଚନା ପାଇପାରିବେ। ପରୀକ୍ଷାର୍ଥୀମାନେ ୮୨୮୭୪୭୧୮୫୨, ୮୧୭୮୩୫୯୮୪୫, ୯୬୫୦୧୭୩୬୬୮, ୯୫୯୯୬୭୬୯୫୩, ୮୮୮୨୩୫୮୦୩ ନମ୍ବରେ ଯୋଗାଯୋଗ କରି ଯେକୌଣସି ସୂଚନା ପାଇପାରିବେ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

Share