ମେ ଶେଷ ସୁଦ୍ଧା ମନରେଗାରେ ୫୦ ଲକ୍ଷ ପାଇବେ ନିଯୁକ୍ତି: ଯୋଗୀ

ଲକ୍ଷ୍ନୌ,୧୪।୫: ମେ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୫୦ ଲକ୍ଷ ଲୋକଙ୍କୁ ମନରେଗା ଅନ୍ତର୍ଗତ ନିଯୁକ୍ତି ପ୍ରଦାନ କରାଯିବ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର କହିଛନ୍ତି। ଏହି ଯୋଜନାରେ ବୁଧବାର ୨୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଏହାକୁ ଦିନ ପିଛା ଦୁଇଗୁଣା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟକୁ ୨୫ ଲକ୍ଷ ପ୍ରବାସୀ ଶ୍ରମିକ ଫେରିବାର ଆଶା ରହିଛି। ସେମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପ୍ରୟାସ କରୁଥିବା ସେ କହିଛନ୍ତି। ଇତିମଧ୍ୟରେ ରାଜ୍ୟକୁ ୧୨ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ୧୦ ଲକ୍ଷ ପ୍ରବାସୀ ଫେରିବେ। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଡ୍ରାଇଭର୍‌, କାଠମିସ୍ତ୍ରୀ, ପାଣିମିସ୍ତ୍ରୀ, ଟେଲର୍‌ ଏବଂ କୁଶଳୀ ଶ୍ରମିକ ମଧ୍ୟ ରହିଛନ୍ତି। ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି ଯୋଗୀ କହିଛନ୍ତି।

Share