ମେ ୧୫ରେ ଖୋଲିବ ବଦ୍ରିନାଥ ମନ୍ଦିର: ୨୭ ଜଣଙ୍କୁ ପ୍ରବେଶ ଅନୁମତି

ଚାମୋଲି,୧୧।୫: ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। ତେବେ ମନ୍ଦିରରେ ପ୍ରବେଶ ପାଇଁ କେବଳ ୨୭ଜଣଙ୍କୁ ଅନୁମତି ମିଳିବ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ମନ୍ଦିରର ମୁଖ୍ୟ ପୂଜକ ମଧ୍ୟ ରହିବେ। ପ୍ରବେଶ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜାରି ହୋଇଥିବା ମାର୍ଗଦର୍ଶିକାର ପାଳନ କରାଯିବ ବୋଲି ଯୋଶୀମଠ ଏସ୍‌ଡିଏମ୍‌ ଅନୀଲ୍‌ ଚାନୟାଲ୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏକମାସ ତଳେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ କହିଥିଲେ ଯେ, ମେ ୧୫ ଭୋର୍‌ ୪ଟା ୩୦ରେ ବଦ୍ରିନାଥ ମନ୍ଦିରର ଫାଟକ ଖୋଲା ଯିବ। ତେବେ କରୋନା ସଂକ୍ରମଣ ଯୋଗୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

Share