ମେ ୧୭ ପରେ ସରକାରଙ୍କ କରୋନା ରଣନୀତି ନେଇ ପ୍ରଶ୍ନ କଲେ ସୋନିଆ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାର ସମୟ ସୀମାକୁ ମେ ୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃଦ୍ଧି କରିଛନ୍ତି। ତେବେ ଏହାପରେ ସରକାରଙ୍କ କରୋନା ରଣନୀତି କିଭଳି ରହିବ ସେନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ପ୍ରଶ୍ନ କରିଛନ୍ତି। ଦଳର ବରିଷ୍ଠ ସଦସ୍ୟ ଏବଂ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ସୋନିଆ ଏନେଇ ଆଲୋଚନା ମଧ୍ୟ କରିଛନ୍ତି। ପଞ୍ଜାବ ଏବଂ ହରିୟାଣାର କୃଷକ ରେକର୍ଡ ପରିମାଣର ଗହମ ଉତ୍ପାଦନ କରି ଦେଶର ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିଥିବାର ସୋନିଆ ସେମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ଭିଡ଼ିଓ କନଫରେନ୍ସିଂ ବୈଠକରେ ରାହୁଲ ଗାନ୍ଧୀ ଯୋଗଦେଇ ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଡାଇବେଟିସ୍‌ ଏବଂ ହାର୍ଟ ସମସ୍ୟା ଥିବା ବ୍ୟକ୍ତି ବିଶେଷ ସଚେତନ ରହିବାର ଆବଶ୍ୟକ ଥିବା କହିଛନ୍ତି। ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ କଂଗ୍ରେସ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।

Share