Advertisement
Categories: ଜାତୀୟ

ମେ ୨୩ ପାଇଁ ପ୍ରସ୍ତୁତି: ମୋଦି ମାସ୍କ ପିନ୍ଧି ଲଡୁ ତିଆରି କରୁଛନ୍ତି ମିଠା କାରିଗର

ମୁମ୍ବାଇ, ୨୧।୫: ଲୋକ ସଭା ନିର୍ବାଚନକୁ ନେଇ ଏକଜିଟ୍‌ ପୋଲ୍‌ ଘୋଷଣା ପରେ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି। ମେ ୨୩କୁ ନିର୍ବାଚନ ଫଳ ପ୍ରକାଶ ପାଇବାକୁଥିବାବେଳେ ଭାଜପା ଏଥର ପୁଣି କ୍ଷମତା ଦଖଲ କରିବ ବୋଲି ଏକଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଛି। ଏହାକୁ ନେଇ ଭାଜପା କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମୁମ୍ବାଇର କିଛି ମିଠା ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସ୍କ ପିନ୍ଧି କାରିଗରମାନେ ମେ ୨୩ ପାଇଁ ମିଠା ପ୍ରସ୍ତୁତ କରୁଛନ୍ତି। ଏନେଇ ଦୋକାନୀ ମାଲିକ କହିଛନ୍ତି, ମୁମ୍ବାଇ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଗୋପାଳ ସେଟ୍ଟୀଙ୍କ ପକ୍ଷରୁ ୧,୫୦୦ରୁ ୨୦୦୦ କିଲୋ ଲଡୁ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଛି। ଆମ କାରିଗରମାନେ ଏହାକୂୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ତେଣୁ ସେମାନେ ମୋଦି ମାସ୍କ ପିନ୍ଧି ମିଠା ତିଆରି କରୁଛନ୍ତି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share