ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ଆସନ୍ତା ମେ ୨୬ରେ ଭାଜପା ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯିବ। ଏହାପରେ ଭାଜପା କେନ୍ଦ୍ରରେ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିବ। ପରେ ଶପଥ ଗ୍ରହଣ ଉତ୍ସବର ତାରିଖ ଘୋଷଣା କରାଯିବ ବୋଲି କୁହାଯାଉଛି।