Categories: ଜାତୀୟ

ମେ’ ୩୧ରେ ‘ମନ କି ବାତ’ କାର୍ଯ୍ୟକ୍ରମରେ କଥା ହେବେ ମୋଦି: ଟୁଇଟ କରି ମାଗିଲେ ଜନତାଙ୍କ ମତ

ନୂଆଦିଲ୍ଲୀ,୧୮।୫: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩୧ ତାରିଖରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୋମବାର ମୋଦି ଏ ସମ୍ପର୍କରେ ଟୁଇଟ କରିବା ସହ ଏଥିପାଇଁ ସାଧାରଣ ଜନତାଙ୍କ ମତ ଲୋଡିଛନ୍ତି। ଏହାସହ ସେ କହିଛନ୍ତି ମୁଁ ଆପଣ ସମସ୍ତଙ୍କ ମତାମତକୁ ଅପେକ୍ଷା ରଖିଲି। ଏଥିପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ମତାମତ ରେକର୍ଡ କରି ସମସ୍ତେ ଉକ୍ତ ନମ୍ବରରେ ପଠାଇ ପାରିବେ ବୋଲି କୁହାଯାଇଛି। ଏହାସହ ନମୋ ଆପ୍‌ କିମ୍ବା ମାଇଁ ଗଭ୍‌ ବା ମୋ ସରକାରରେ ମଧ୍ୟ ଲେଖିକି ପଠାଇ ପାରିବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀକୁ ନେଇ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ମଧ୍ୟରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ଲାଗି ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏବେ ଦେଶରେ ଲକ୍‌ଡାଉନ ୪.୦କୁ ମେ’ ମାସ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Share