ମେ’ ୩ ପର୍ଯ୍ୟନ୍ତ ଗଡିବନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୪।୪: କରୋନା ଭାଇରସର ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ମଙ୍ଗଳବାର ଶେଷ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣ କମ୍‌ ହୋଇ ନ ଥିବାରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସହ ଏହି ଲକ୍‌ଡାଉନ ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପରେ ଭାରତୀୟ ରେଲଓ୍ବେ ତା’ର ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ମେ’ ୩ ପର୍ଯ୍ୟନ୍ତ ରଦ୍ଧ କରିଥିବା ଘୋଷଣା କରିଛି। ଏଥିରେ ପ୍ରିମିୟମ ଟ୍ରେନ୍‌, ମେଲ/ଏକ୍ସପ୍ରେସ ଟ୍ରେନ୍‌, ପାସେଞ୍ଜର ଟ୍ରେନ୍‌, ସବର୍ବନ ଟ୍ରେନ୍‌, କୋଲକତା ମେଟ୍ରୋ ରେଲ, କୋଙ୍କଣ ରେଲଓ୍ବେର ସେବାକୁ ମଧ୍ୟ ବନ୍ଦ କରାଯାଇଥିବା ଘୋଷଣା କରିଛି ଭାରତୀୟ ରେଲଓ୍ବେ।

Share