ମୋଗା ଜିଲା ହେଲା କରୋନା ମୁକ୍ତ

ମୋଗା,୨୩।୪: ପଞ୍ଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୋଗା ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୪ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଏହି ଜିଲା କରୋନା ମୁକ୍ତ ହୋଇଛି ବୋଲି ଗୁରୁବାର ଘୋଷଣା କରିଛନ୍ତି ପଞ୍ଜାବର ସ୍ପେଶାଲ ଚିଫ୍‌ ସେକ୍ରେଟାରୀ କେବିଏସ୍‌ ସିଦ୍ଧୁ। ସୂଚନାଯୋଗ୍ୟ, ମୋଗା ଜିଲାରେ ଥିବା ୪ କରୋନା ସଂକ୍ରମିତଙ୍କ ରିପୋର୍ଟ ୨ ଥର ନେଗେଟିଭ ଆସିବା ପରେ ଏହି ଜିଲାକୁ କରୋନା ମୁକ୍ତ ଘୋଷଣା କରାଯାଇଛି। ପଞ୍ଜାବରେ ୨୫୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ୪୯ ସୁସ୍ଥ ହୋଇଥିବା ବେଳେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ସିଦ୍ଧୁ କହିଛନ୍ତି।

Share