ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ହୁଏ ଦୃଢ

ଶୀତଦିନେ କେତେକେ ମୋଜା ପିନ୍ଧି ଶୋଇଥାନ୍ତି। ମାତ୍ର ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ତ୍ରୀସ୍ବାମୀ ଶୋଇବା ସମୟରେ ମୋଜା ପିନ୍ଧିବା ଭଲ ବୋଲି ନେଦରଲାଣ୍ଡସ୍‌ର ଗୋନେନଜନ୍‌ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ମୋଜା ପିନ୍ଧିବା ଫଳରେ ଶରୀର ଉଷୁମ ରହିଥାଏ। ଫଳରେ ଶରୀରରେ ତଥା ପାଦରେ ରକ୍ତ ସଞ୍ଚାଳନ ଠିକ୍‌ ରୂପେ ହୋଇଥାଏ। ଏମିତି ହେବା ଫଳରେ ସ୍ତ୍ରୀସ୍ବାମୀ ପରସ୍ପରର ବେଶୀ ନିକଟତର ହୋଇଥାଆନ୍ତି । ସେମାନଙ୍କ ଶାରୀରିକ ସମ୍ପର୍କ ଠିକ୍‌ ଭାବେ ହୋଇଥାଏ। ଅପରପକ୍ଷରେ ଏହା ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଦୃଢ କରିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Share