ରାଇକିଆ,୧୦।୪(ଡି.ଏନ୍.ଏ.): କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍ଡାଉନ କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ମୋଟର ଚାଳକମାନେ ବେରୋଜଗର ହୋଇ ଘରେ ବସିରହିଛନ୍ତି। ଏଭଳି ସଙ୍କଟମୟ ପରିସ୍ଥିତିରେ ସହାୟତା ଦାବି କରିଛି ମୋଟର ଚାଳକ ସଂଘ । ଶୁକ୍ରବାର ରାଇକିଆ ମୋଟର ଚାଳକ ସଂଘର କର୍ମକର୍ତ୍ତାମାନେ ବିଡିଓଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ରାଜ୍ୟ ସରକାର ଯେପରି ମୋଟର ଚାଳକଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓଡ଼ିଶା ସରକାର ମଧ୍ୟ ସ୍ଥାନୀୟ ମୋଟର ଚାଳକଙ୍କୁ ସହାୟତା ପ୍ରଦାନ କରିବାକୁ ଏଥିରେ ଦାବି ହୋଇଛି। ସଂଘ ତରଫରୁ ପ୍ରମୋଦ ପ୍ରଧାନ, ଅନନ୍ତ କୁମାର ମାଝୀ, ସୌମ୍ୟ ରଂଜନ ସାହୁ, ଗୋପାଳ ରାଓ ପ୍ରମୁଖ ଉପସ୍ଥିତ ଥିଲେ।