ମୋଟର ଚାଳକଙ୍କୁ ସହାୟତା ପାଇଁ ସଚିବଙ୍କୁ ଚିଠି

ଦାରିଙ୍ଗବାଡ଼ି,୮।୪(ଡି.ଏନ.ଏ.)- ଲକ୍‌ଡାଉନ ପରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ସ୍ତରରେ ମୋଟର ଚାଳକମାନେ ଏବେ ଘରେ ବସିଛନ୍ତି। ଗାଡ଼ିମୋଟର ବନ୍ଦ ଯୋଗୁ ମାଲିକମାନେ କିଛିଦିନ ପାଇଁ କାର୍ଯ୍ୟରୁ ନିବୃତ କରିଥିଲେ ମଧ୍ୟ ଆର୍ଥିକ ସହାୟତା ଦେଇନାହାନ୍ତି। ଫଳରେ ଚାଳକମାନେ ଗୁଜରାଣ ମେଣ୍ଟାଇବାରେ ଅସୁବିଧା ହେଉ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ବାଲିଗୁଡ଼ା ଶାଖା ସଭାପତି ଅଭିରାମ ଦିଗାଳ ଉଦ୍‌ବେଗର ସହ କହିଛନ୍ତି। ସଂଘର ଜିଲା ସଭାପତି ବାସବ କହଁରଙ୍କ ସମେତ ଜିଲା ସମ୍ପାଦକ ମନୋରଞ୍ଜନ ପ୍ରଧାନ, ବାଲିଗୁଡ଼ା ଶାଖା ଉପସଭାପତି ଇସ୍ରାଏଲ ଖାନ୍‌, ଦଣ୍ଡପାଣି ବିଷୋୟୀ ପ୍ରମୁଖ ରାଶନ ସମେତ କିଛି ଆର୍ଥତ୍କ ସହାୟତା ଦେବାକୁ ଦାବି କରିଛନ୍ତି। ନେଇ ସେମାନେ ସହଯୋଗ ପାଇଁ ରାଜ୍ୟ ପରିବହନ ସଚିବଙ୍କ ନିକଟକୁ ଚିଠି ମାଧ୍ୟମରେ ଜଣାଇଛନ୍ତି।

Share