ଲଣ୍ଡନ, ୧୮।୩: ମୋଟର ସାଇକେଲର ଦାମ ୭ କୋଟି ୪୦ ଲକ୍ଷ ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। କମ୍ପାନୀ ଗେମ୍ ଓଭର ପକ୍ଷରୁ ଏହି ମୋଟରସାଇକେଲ ନିର୍ମାଣ କରାଯାଇଛି। ଏଥିରେ ଟାଟୁ ହୋଇଛି। ଏହା ହାର୍ଲେ ଡାଭିଡ୍ସନ୍ ମୋଟରସାଇକେଲ ସିରିଜ୍ ଅନ୍ତର୍ଭୁକ୍ତ। ଏହାର ବାହ୍ୟ ଆବରଣକୁ ଚମଡ଼ାରେ ନିର୍ମାଣ କରାଯାଇଛି। ଏହାକୁ ତିଆରି କରିବା ପାଇଁ ୩୦୦୦ ଘଣ୍ଟା ସମୟ ଲାଗିଛି। ସେଥିମଧ୍ୟରୁ ଟାଟୁ କରିବା ଲାଗି କେବଳ ୨୫୦୦ ଘଣ୍ଟା ଲାଗିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ଇତିମଧ୍ୟରେ ବହୁ ପୁରସ୍କାର ମିଳି ସାରିଛି। ଏହି ଟାଟୁ ମୋଟର ସାଇକେଲ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।