ମୋଟାପଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି କି…ଏପରି କରନ୍ତୁ ମହୁର ବ୍ୟବହାର

ଆଧୁନିକ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଯୋଗୁ ଅନେକେ ମୋଟାପଣ ବା ମେଦବହୁଳତାର ଶିକାର ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି କେହି ଜିମ୍‌ ଯାଉଥିବା, କେହି କେହି ଡାଏଟ ଫଲୋ କରିଥାନ୍ତି। ମାତ୍ର ମହୁରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରିରହିଛ, ଯାହା ମେଦବହୁଳତା ସମସ୍ୟାରୁ ମୁକ୍ତି ଦେଇଥାଏ।

ଏହାର ବ୍ୟବହାର ବିଷୟରେ ଜାଣନ୍ତୁ

କ୍ଷୀର ଓ ମହୁ:
ଏହା ଶରୀରକୁ ଭିଟାମିନ୍‌ ଯୋଗାଇବା ସହ ମୋଟାପଣ କମ୍‌ କରିଥାଏ। ରାତିରେ ଉଷୁମ କ୍ଷୀରରେ ଦୁଇ ଚାମଚ ମହୁ ମିଶାଇ ପିଇଲେ ମେଦବହୁଳତା ହ୍ରାସ ପାଇଥାଏ।

ତୁଳସୀ ଓ ମହୁ:

ତୁଳସୀପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଫଳରେ ପାଚନକ୍ରିୟା ସକ୍ରିୟ ହୋଇଥାଏ। ୨ ଚାମଚ ତୁଳସୀପତ୍ର ରସରେ ମହୁ ମିଶାଇ ପିଇବା ଫଳରେ ମେଦବହୁଳତା ସମସ୍ୟା ଦୂର ହୋଇଥାଏ।

ପୋଦିନା ଓ ମହୁ:
ପ୍ରତିଦିନ ୧ ଚାମଚ ପୋଦିନାରସରେ ୨ ଚାମଚ ମହୁ ମିଶାଇ ପିଇଲେ ମୋଟାପଣ ସମସ୍ୟା ଦୂର ହୋଇଥାଏ।

ଲେମ୍ବୁ ଓ ମହୁ:

ଏହାସହ ପ୍ରତିଦିନ ସକାଳେ ଲେମ୍ବୁପାଣିରେ ମହୁ ମିିଶାଇ ପିଇଲେ ମଧ୍ୟ ମୋଟାପଣ କମ୍‌ ହୋଇଥାଏ।

ମହୁ ଓ ଜିରା:
ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ରାତିରେ ଏକ ଗ୍ଲାସ ପାଣିରେ ଏକ ଚାମଚ ଜିରା ମିଶାଇ ଦିଅନ୍ତୁ। ସକାଳୁ ସେହି ପାଣିକୁ ଫୁଟାଇବା ପରେ ଛାଣି ଦିଅନ୍ତୁ। ସେଥିରେ ଏକ ଚାମଚ ମହୁ ପକାଇ ଖାଲି ପେଟରେ ପିଅନ୍ତୁ। ଫଳରେ ମୋଟାପଣ ସମସ୍ୟା ତୁରନ୍ତ ଦୂର ହେବ।