Categories: ଖେଳ

ମୋଟେଗିରେ ମାର୍କ୍ୱେଜଙ୍କୁ ପ୍ରଥମ ପୋଲ୍‌ ପୋଜିଶନ

ମୋଟେଗି (ଜାପାନ),୧୯ା୧୦ (ପି.ଟି.): ଟିମ୍‌ ରେପ୍‌ସୋଲ ହୋଣ୍ଡାର ମାର୍କ ମାର୍କ୍ୱେଜ ଟ୍ବିନ ରିଙ୍ଗ୍‌ ମୋଟେଗିରେ ପ୍ରଥମ ଥର ମୋଟୋ ଜିପି ପୋଲ୍‌ ପୋଜିଶନ ହାସଲ କରିଛନ୍ତିି। ମାର୍କ୍ୱେଜ କ୍ରମାଗତ ଚତୁର୍ଥ ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ଚଳିତ କ୍ୟାଲେଣ୍ଡର ବର୍ଷରେ ସେ ପ୍ରତ୍ୟେକ ସର୍କିଟରେ ପୋଲ ପୋଜିଶନ ହାସଲ କରିଆସୁଛନ୍ତି। ସ୍ପେନର ଏହି ୨୬ ବର୍ଷୀୟ ରାଇଡର ମୋଟ ୮ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ତନ୍ମଧ୍ୟରେ ୬ଟି ପ୍ରିମିୟର କ୍ଲାସ୍‌ ମୋଟୋଜିପି ରହିଛି। ସେ ତାଙ୍କ ଅନ୍ୟ ଦୁଇଟି ଟାଇଟଲ ହେଲା ୨୦୧୦ରେ ୧୨୫ସିସି ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ୨୦୧୨ରେ ମୋଟୋ-୨ ବିଶ୍ୱ ଚାମ୍ପିୟନଶିପ୍‌। ମାର୍କ୍ୱେଜ ରେକର୍ଡ ୧:୪୫.୭୬୩ ସେକେଣ୍ଡ ଟାଇମିଂରେ ଅନ୍ତିମ ପର୍ଯ୍ୟାୟରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି।

Share