Categories: ଜାତୀୟ

ମୋତିଲାଲ ଭୋରା ହୋଇପାରନ୍ତି କଂଗ୍ରେସର କାମଚଳା ଅଧ୍ୟକ୍ଷ

ନୂଆଦିଲ୍ଲୀ, ୩।୭: କଂଗ୍ରେସର ଅଧ୍ୟକ୍ଷ ପଦରୁ ବୁଧବାର ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଦଳର ବରିଷ୍ଠ ନେତା ମୋତିଲାଲ ଭୋରା କାମଚଳା ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ନିୟମ ଅନୁଯାୟୀ, ଦଳର ସବୁଠାରୁ ବରିଷ୍ଠ ନେତାଙ୍କୁ ହିଁ ଦଳର କାମଚଳା ଅଧ୍ୟକ୍ଷ ପଦରେ ନିଯୁକ୍ତ ଦିଆଯାଇପାରିବ। ତେଣୁ ନିୟମ ଅନୁସାରେ ଏବେ ମୋତିଲାଲ ହେଉଛନ୍ତି ଦଳର ସବୁଠୁ ବରିଷ୍ଠ ନେତା। ତାଙ୍କୁ କାମଚଳା ଅଧ୍ୟକ୍ଷ ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି। ଦାୟିତ୍ୱ ନେବା ପରେ ମୋତିଲାଲ ଦଳର ଏକ ଓ୍ବାର୍କିଂ କମିଟି ବୈଠକ ଡାକିପାରନ୍ତି। ବୈଠକ ପରେ ହିଁ ଭବିଷ୍ୟତରେ କିଏ ଦଳର ଅଧ୍ୟକ୍ଷ ହେବ ସେନେଇ ଜଣାପଡିବ।

Share