Posted inଫୁରସତ

ମୋତେ ପରିଚୟ ଦେଇଛି ଓଡ଼ିଶା କଳାସଂସ୍କୃତି: ବିଶ୍ୱରଞ୍ଜନ

ନିର୍ଜୀବ ପଥର ତାଙ୍କ ନିହଣ ସ୍ପର୍ଶରେ ହୋଇଉଠେ ଜୀବନ୍ତ। ଚିଲିକା କୂଳରେ ପ୍ରାକୃତିକ ଶୋଭାର ଭଣ୍ଡାରକୁ ଦେଖି ସେ ବିଭୋର ହୋଇପଡ଼ନ୍ତି। ଏଇଠି ବସି ସେ ଆଙ୍କିଛନ୍ତି ଅନେକ ଚିତ୍ର । ଏମିତି ଜଣେ ଯୁବଶିଳ୍ପୀ ହେଲେ ବିଶ୍ୱରଞ୍ଜନ। ବାପା ପଠାଣି ବଳବନ୍ତରାୟ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ମା’ ରାଣୀପ୍ରିୟା। ଘର ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ହରିପୁର ଶାସନରେ। ତାଙ୍କ ଜୀବନର ସଂଘର୍ଷମୟ ପଥରେ ନିଜର ସାଧନାକୁ ସେ ପୁଞ୍ଜିୀଭୂତ କରି ଅଗ୍ରସର ହୋଇଛନ୍ତି । ଏବେ ସେ ରୁହନ୍ତି ଅହମ୍ମଦାବାଦର ଭୋକାଲ ଅଞ୍ଚଳରେ, ସେଠାରେ ସେ ଗଢିଛନ୍ତି ନିଜସ୍ବ ଉଦ୍ୟମରେ ଆର୍ଟପଥ। ପ୍ରାୟ ୧୦ଜଣ ଶିଳ୍ପୀ ଏଥିରେ କାଯର୍‌ୟ କରିଥାନ୍ତି। ସେ କୁହନ୍ତି, ପିଲାଟିବେଳୁ ମୋର ଚିତ୍ର ଆଙ୍କିବା ପ୍ରତି ଥିଲା ଅହେତୁକ ଦୁର୍ବଳତା । ବିଭିନ୍ନ ପ୍ରକାରର ଚିତ୍ର ଅଙ୍କନ କରୁଥିଲି। ପ୍ରାୟତଃ ପ୍ରାଚୀନ ସଂସ୍କୃତି ଓ ଜଙ୍ଗଲର ଚିତ୍ର କରିଥାଏ। ବାପାଙ୍କଠାରୁ ପ୍ରେରଣା ମିଳିଥିଲା କାରଣ ବାପା ଥିଲେ ଜଣେ ଭଲ ପେଣ୍ଟର। ଗାଁରେ କଳାକାରଙ୍କୁ ସେ ସହଯୋଗ କରିଥାନ୍ତି। ଲକ୍ଷ୍ମୀଧରପୁର ବିଦ୍ୟାପୀଠରେ ମୋର ପଢ଼ାବେଳେ ବିଶେଷକରି ଚିତ୍ରାଙ୍କନ ଓ ଫୁଟ୍‌ବଲ ଖେଳରେ ଅଧିକ ସମୟ ବିତୁଥିଲା। ସମୟକ୍ରମେ ପୁରାତନ ତଥା ଓଡ଼ିଶାର ସର୍ବପ୍ରଥମ ସରକାରୀ ଚାରୁକଳା ମହାବିଦ୍ୟାଳୟ ଖଲ୍ଲିକୋଟରେ ୫ ବର୍ଷ ପାଠ ପଢିଲି । ପରେ ଉତ୍କଳ କଳାସଂସ୍କୃତି ମହାବିଦ୍ୟାଳୟରେ ଏମ୍‌.ଭି.ଏ ମଧ୍ୟ ପଢ଼ିଥିଲି। ୨୦୦୨ ମସିହାରେ ରାଜ୍ୟ ବାହାରେ ଏକ ସରକାରୀ ଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ଭାବେ ଚାକିରି ତ କରିଥିଲି ମାତ୍ର ସେଥିରେ ମନ ଲାଗିଲା ନାହିଁ। ଆର୍ଟରେ କାମ କଲି। କଲିକତାରେ ବିମାନ ବିହାରୀ ଦାସଙ୍କ ଘରେ ରହି କିଛି କାମ ମଧ୍ୟ ଶିଖିଲି। ରାଧାକ୍ରିଷ୍ଣ ସାର ଓ ଟୁଟୁ ପଟ୍ଟନାୟକଙ୍କ ସହିତ କଳା କାରିଗରିର କାମ କରିବାର ସୁଯୋଗ ମିଳିଲା। ଦିଲ୍ଲୀରେ ଭିଜୁଆଲ ଆର୍ଟରେ ଏକ ଷ୍ଟୁଡ଼ିଓ କରିଥିଲି। ବିଭିନ୍ନ ସମୟରେ କଳାକୃତିର ପ୍ରଦର୍ଶନ ମଧ୍ୟ ଜାରି ରହିଲା। ଏଥିରେ ଆମ ରାଜ୍ୟ ଓଡ଼ିଶା, ବିହାର, ଗୁଜୁରାଟ ଆଦି ସ୍ଥାନର ରୁରାଲ କଳାର ପ୍ରଦର୍ଶନ କରିପାରିଥିଲି। ବିଭିନ୍ନ ରାଜ୍ୟର ପିଲାମାନେ ବି ସୁଯୋଗ ପାଇପାରିଲେ। ମୁମ୍ବାଇ, ମୋନାଲି, ଗୁଜୁରାଟ ଆଦି ସ୍ଥାନରେ କାମ କରିବାର ସୁଯୋଗ ମିଳିଛି। ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ୧୯୯୯ ଏବଂ ଜାତୀୟସ୍ତରରେ ପୁରସ୍କାର ମିଳିଛି। ଏଥିସହିତ ମହାତ୍ମା ଗାନ୍ଧୀ ଗ୍ରାମୋଦୟ ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ, ସିଲ୍‌ଭର ମେଡାଲ ପଦକ ମିଳିଛି। ମୋ କଳାକୃତି ପାଇଁ ଅନେକ ପୁରସ୍କାର ମିଳିଛି। ଏଯାଏ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ଆର୍ଟକାମ ସାରିପାରିଛି। ଆପେଆପେ କିଛି ନୂଆ ଚିନ୍ତା ଜୁଟେ, ତାହାକୁ କଳାର ରୂପ ଦିଏ। ପ୍ରତ୍ୟେକ ମୂର୍ତ୍ତି ଗଢିବା ପଛରେ କିଛି ଅକୁହା କାହାଣୀ ରହିଛି। ଏବେ ଗୁଜୁରାଟର ଜଙ୍ଗଲ ସଫାରି ଗେଟ୍‌କୁ ତିଆରି କରିବାର ସୁଯୋଗ ମିଳିଛି। ଓଡ଼ିଶା କଳା ସଂସ୍କୃତି ହିଁ ମୋ ଶିଳ୍ପୀ ଜୀବନର ପ୍ରାଣ, ଯାହା ମୋତେ ଏପରି ପରିଚୟ ଦେଇଛି।
-ବନ ବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନର ଦୀପ ଯେଉଁଠି ଜଳେ, ସେଠି ଅନ୍ଧାକାର ହୋଇ ନ ଥାଏ

ଜ୍ଞାନର ଦୀପ ଯେଉଁଠି ଜଳିଥାଏ, ସେଠି କେବେ ଅନ୍ଧକାର ହୋଇ ନ ଥାଏ। ଶବ୍ଦର ଜ୍ଞାନ କିମ୍ବା ଲେଖାପଢ଼ା ଜ୍ଞାନ ଏମିତି ଏକ ଶକ୍ତି, ଯାହା...

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri