‘ମୋତେ ପ୍ରସ୍ତୁତ ରହିବାକୁ କହିଛନ୍ତି ଶାସ୍ତ୍ରୀ’

ନୂଆଦିଲ୍ଲୀ,୧୨।୬: ନେଟ୍ସ ବୋଲର ଦାୟିତ୍ୱ ଶେଷ କରିଥିବା ପେସର ଦୀପକ ଚହର ଇଂଲଣ୍ଡରୁ ଫେରିବା ପୂର୍ବରୁ ସେ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଭେଟିଥିଲେ। ମୁଁ ଇଂଲଣ୍ଡ ଛାଡ଼ିବା ପୂର୍ବରୁ ସଭିଙ୍କୁ ଭେଟିଥିଲି। ମୋତେ ଦଳୀୟ କୋଚ୍‌ ଶାସ୍ତ୍ରୀ ପ୍ରଶଂସା କରିବା ସହ ମୋ କାର୍ଯ୍ୟରେ ଖୁସି ପ୍ରକାଶ କରିଥିଲେ। ଆଉ ସେ ମୋତେ ପ୍ରସ୍ତୁତ ରହିବାକୁ କହିଛନ୍ତି। ଯଦି କୌଣସି ବୋଲର ଆଘାତ ପାଆନ୍ତି, ତେବେ ମୋତେ ଡାକରା ଦିଆଯିବ ବୋଲି ଚହର କହିଛନ୍ତି। ତାଙ୍କ ସମେତ ଖଲିଲ ଅହମ୍ମଦ, ନବଦୀପ ସଇନି ଓ ଅଭେଷ ଖାନ୍‌ଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନେଟ୍ସରେ ବୋଲିଂ କରିବା ଲାଗି ଚୟନ କରାଯାଇଥିଲା।

Share