Categories: ଜାତୀୟ

ମୋତେ ବିଧାୟକ ଭାବେ ନିର୍ବାଚିତ କଲେ କଟିବନି ମୋଟର ଚାଲାଣ

ଫତେହାବାଦ,୧୦।୧୦: ହରିୟାଣାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଜୋର ଧରିଲାଣି। ଫତେହାବାଦରେ ଏବେ ଭୋଟରଙ୍କୁ ପ୍ରଲୋଭନ ଦେଖାଇବାକୁ ଯାଇ ଏଠାକାର ଭାଜପା ପ୍ରାର୍ଥି ଦୁଦାରାମ ବିଶ୍ନୋଇ କହିଛନ୍ତି ମୋତେ ବିଧାୟକ ଭାବେ ନିର୍ବାଚିତ କଲେ ଭୋଟରଙ୍କର ଆଉ କୌଣସି ଅସୁବିଧା ରହିବ ନାହିଁ। ତେବେ ଦୁଦାରାମ ଏମିତି କିଛି ପ୍ରତିଶ୍ରୁତି ଦେଉଛନ୍ତି ଯାହାକୁ ଆଇନ ଗ୍ରହଣ କରିବ ନାହିଁ। ସେ କହିଛନ୍ତି ମୋତେ ଯଦି ବିଧାୟକ ଭାବେ ଆପଣମାନେ ନିର୍ବାଚିତ କରିବେ ତେବେ ଆଉ ମୋଟର ଚାଲାଣ କଟିବ ନାହିଁ। ଆପଣମାନେ ଯେତେବେଳେ ପୁଅକୁ ବିଧାୟକ ବାଛିବେ ସେତେବେଳେ ଆପଣଙ୍କର ସବୁ ଛୋଟମୋଟ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଥିଲେ। ଏବେ ଦୁଦାରାମଙ୍କର ଏହି ପ୍ରତିଶ୍ରୁତିକୁ ନେଇ ରାଜନୈତିକ ମହଲରେ ବି ଆଲୋଚନା ହେଲାଣି।

Share