Categories: ରାଜ୍ୟ

ମୋତେ ମୋ ପରିଶ୍ରମର ଫଳ ମିଳିଛି: ମୁନା ଖାଁ

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ଆସନ ଲାଗି ବିଜେଡି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ଦଳ ପ୍ରାର୍ଥୀ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେବେ ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖି ମୁନା ଖାଁ କହିଛନ୍ତି, ମୋର ପରିଶ୍ରମର ଫଳ ମୋତେ ଶେଷରେ ମିଳିଛି। ଅନେକଥର ମୋର ରାଜ୍ୟ ସଭା ଯିବା ସମ୍ପର୍କରେ ଚର୍ଚ୍ଚା ହୋଇଛି। ହେଲେ ତାହା ହୋଇନାହିଁ। ଶେଷରେ ମୋତେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ବୋଲି ସେ କହିଛନ୍ତି।

ତେବେ ମୁନା ସଂଖ୍ୟାଲଘୁ ବ୍ୟାପାରର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ସେ ଦୀର୍ଘବର୍ଷ ଧରି ବିଜେଡି ସହ ଜଡ଼ିତ ଥିବା ବେଳେ ଜଣେ ସଂଖ୍ୟାଲଘୁ ନେତା, ଅଭିନେତା ଓ ସାମାଜିକ କର୍ମୀ ଭାବେ ତାଙ୍କର ଖ୍ୟାତି ରହିଥିଲା।

Share