ମୋତେ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ବଡ଼ ସରପ୍ରାଇଜ୍‌: ସୁଜିତ କୁମାର

ଭୁବନେଶ୍ୱର,୭ା୩(ବ୍ୟୁରୋ): ମୋତେ ରାଜ୍ୟ ସଭା ଲାଗି ପ୍ରାର୍ଥୀ କରିବା ମୋ’ ପାଇଁ ବହୁତ ବଡ଼ ସରପ୍ରାଇଜ୍‌ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଲାଗି ଯୋଗ୍ୟ ଭାବିଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ। ଆଦିବାସୀ ଅଞ୍ଚଳର ବିକାଶ ଲାଗି ମୁଁ ଉଦ୍ୟମ କରିବି। ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟର ବିକାଶକୁ ପ୍ରାଧାନ୍ୟ ଦେବି ବୋଲି ପ୍ରତିକ୍ରିୟା ରଖି ସୁଜିତ କୁମାର କହିଛନ୍ତି।
ସୁଜିତ ସ୍ବତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା। ଅବିଭକ୍ତ କଳାହାଣ୍ଡି ଜିଲାରେ ସେ ବିଜେଡିର ସାଂଗଠନିକ କାର୍ଯ୍ୟ ବୁଝୁଥିଲେ। ଶେଷରେ ତାଙ୍କୁ ଦଳ ପ୍ରାର୍ଥୀ କରିଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Share