ଇସ୍ଲାମାବାଦ,୧୩।୯: କଶ୍ମୀର ପ୍ରସଙ୍ଗକୁ ନେଇ ପୁଣିଥରେ ଗର୍ଜିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ପାକ୍ ଅଧିକୃତ କଶ୍ମୀର(ପିଓକେ)ର ମୁଜ୍ଜାଫରାବାଦରେ ଶୁକ୍ରବାର ସେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାପୁରୁଷ ବୋଲି କହିଛନ୍ତି। ମୋଦିଙ୍କ ଭଳି ଜଣେ କାପୁରୁଷଙ୍କ ପାଇଁ ଜମ୍ମୁ-କଶ୍ମୀରରେ ଲୋକେ ୪୦ ଦିନ ଧରି କର୍ଫ୍ୟୁ ମଧ୍ୟରେ ରହିଲେ। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ଆଉ ଏଥିପାଇଁ ମୋଦିଙ୍କ ଭଳି ଜଣେ କାପୁରୁଷ ଦାୟୀ ବୋଲି ସେ କହିଛନ୍ତି।