ମୋଦିଙ୍କୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୫।୯: ସ୍ବଚ୍ଛ ଭାରତ ଅଭିଯାନ ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ବିଲ୍‌ ଗେଟସ୍‌ ଏବଂ ମିଲେଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ଏହି ଅବସରରେ ମୋଦି କହିଛନ୍ତି ଯେ, ଏହି ସମ୍ମାନ ୧୩୦ କୋଟି ଭାରତୀୟଙ୍କୁ ପ୍ରଦାନ କରାଯାଇଛି। ସବୁ ଭାରତୀୟ ଏହି ସମ୍ମାନର ହକ୍‌ଦାର ବୋଲି ସେ କହିଛନ୍ତି। ବିଶ୍ୱସ୍ତରରେ ଅବା ନିଜ ଦେଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜନେତାଙ୍କୁ ଏହି ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯାଇଥାଏ। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଅକ୍ଟୋବର ୨ଠାରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏହା ଦ୍ୱାରା ଦେଶର ୫୦ କୋଟି ଲୋକ ଉପକୃତ ହୋଇପାରିଛନ୍ତି।

Share