Categories: ଜାତୀୟ

ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଶନିବାର ଏହାକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି ଦେଶରେ ସାଧାରଣ ନାଗରିକଙ୍କ ସ୍ବରକୁ ଚାପିଦେବାକୁ ପ୍ରୟାସ ଚାଲିଛି। ସିଏଏ ଗରିବ ବିରୋଧୀ ବୋଲି ସେ କହିଛନ୍ତି। ଏହାକୁ ନେଇ ଦେଶରେ ଯେଉଁ ହିଂସା ପରିସ୍ଥିତି ସୃଷ୍ଟି ହେଉଛି ଓ ସେଥିପାଇଁ ଛାତ୍ର, ଆଇନଜୀବୀ, ବୁଦ୍ଧିଜୀବୀ,ସାମାଜିକ କର୍ମୀ ଓ ସାମ୍ବାଦିକଙ୍କୁ ଯେଉଁଭଳି ଭାବେ ଗିରଫ କରାଯାଉଛି ତାହୁ ସେ ନିନ୍ଦା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସିଏଏ ଓ ଏନ୍‌ଆର୍‌ସି ସମ୍ବିଧାନ ବିରୋଧ।

Share