ମୋଦିଙ୍କୁ ଟୁଇଟର୍‌ରେ ଅନ୍‌ଫଲୋ କଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟର୍‌ରେ ହ୍ବାଇଟ୍‌ ହାଉସ୍‌ ଅନ୍‌ ଫଲୋ କରିଛି। ଭାରତ ଆମେରିକାକୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଔଷଧ ପଠାଇଥିଲା। ଏହାପରେ ଏପ୍ରିଲ୍‌ ୧୦ଠାରୁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ମୋଦି ଏବଂ ଭାରତର ଅନ୍ୟ ୫ ଟୁଇଟର ହ୍ୟାଣ୍ଡେଲ୍‌କୁ ଫଲୋ କରାଯାଇଥିଲା। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାରେ ଭାରତୀୟ ଦୂତାବାସ, ଭାରତରେ ଆମେରିକା ଦୂତାବାସ ଏବଂ ଭାରତରେ ଆମେରିକା ରାଷ୍ଟ୍ରଦୂତ ଥିବା କେନ ଜଷ୍ଟରଙ୍କ ଟୁଇଟର ହ୍ୟାଣ୍ଡେଲ୍‌ ସାମିଲ୍‌ ରହିଥିଲା। ତେବେ ଏବେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏସବୁ ଅନ୍‌ ଫଲୋ କରାଯାଇଛି।

Share