ମୋଦିଙ୍କୁ ‘ଟେରିଫିକ୍‌’ ବୋଲି କହିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ‘ଟେରିଫିକ୍‌’ ବୋଲି କହିଛନ୍ତି। ଭାରତ ପକ୍ଷରୁ ଆମେରିକାକୁ ଆଣ୍ଟି ମ୍ୟାଲେରିଆ ଡ୍ରଗ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇ ଦିଆଯାଇଥିବାରୁ ଟ୍ରମ୍ପ ମୋଦିଙ୍କର ଏହି ସାହାଯ୍ୟକୁ ନେଇ ତାଙ୍କୁ ଟେରିଫିକ୍‌ ବୋଲି କହିଛନ୍ତି। କରୋନା ସହ ଲଢିବାକୁ ଏହି ଡ୍ରଗ୍ସ ଆମେରିକା ମାଗିଥିବା ବେଳେ ବିଶ୍ୱରେ କରୋନା ଯୋଗୁ ଲାଗି ରହିଥିବା ସଙ୍କଟ ସମୟରେ ଭାରତ ପକ୍ଷରୁ ଏହା ଯୋଗାଇ ଦିଆଯାଇଥିବାରୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦିଙ୍କର ଏହି ସାହାଯ୍ୟକୁ ଆମେରିକା କେବେ ଭୂଲିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଟ୍ରମ୍ପ ଟେଲିଫୋନ୍‌ ଯୋଗେ ମୋଦିଙ୍କ ସହ କରୋନା ସଂକ୍ରମଣକୁ ନେଇ କଥା ହୋଇଥିବା ବେଳେ ମ୍ୟାଲେରିଆ ଡ୍ରଗ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବିଷୟରେ ଆଲୋଚନା କରିଥିଲେ।

Share