Categories: ଜାତୀୟ

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ,୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ବୁଧବାର ରାଜ୍ୟ ସଭାରେ ତିନ୍‌ ତଲାକ୍‌ ବିଲ୍‌ ଅନୁମୋଦନ ହେବା ପରେ ଏହାକୁ ନେଇ ଶତ୍ରୁଘ୍ନ ମୋଦିଙ୍କର ପ୍ରଶଂସା କରିଛନ୍ତି। ଏହାସହ ସେ ଟୁଇଟ୍‌ କରି ମୁସଲମାନ ମହିଳାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଏହା ହେଉଛି ସେମାନଙ୍କ ପାଇଁ ଐତିହାସିକ ଦିନ। ଶତ୍ରୁଘ୍ନଙ୍କର ଏପରି ଟୁଇଟକୁ ଦେଖିଲେ ତାଙ୍କର ସ୍ବର ସାମାନ୍ୟ ନରମ ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

Share