Categories: ଜାତୀୟ

ମୋଦିଙ୍କୁ ଧନ୍ୟବାଦ ଦେଲେ ଅଜିତ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ରବିବାର ଅଜିତ୍‌ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ମହାରାଷ୍ଟ୍ରରେ ଏକ ସ୍ଥାୟୀ ସରକାର ଗଠନ ହୋଇଛି। ଆଉ ମହାରାଷ୍ଟ୍ରବାସୀଙ୍କ କଲ୍ୟାଣ ପାଇଁ ଏହା କାମ କରିବ। ସୂଚନାଯୋଗ୍ୟ, ଶନିବାର ସକାଳେ ଭାଜପା ସହ ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ମେଣ୍ଟ କରି ସରକାର ଗଠନ କରିଛନ୍ତି। ଏଥିରେ ଭାଜପାରୁ ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ଅଜିତଙ୍କୁ ମିଳିଛି ଉପ ମୁଖ୍ୟମନ୍ତ୍ରୀ ପଦ। ହେଲେ ଏବେ ଏମାନଙ୍କ ଆଗରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ବଡ ପରୀକ୍ଷା ଉପନୀତ ହୋଇଛି। କାରଣ ଅନ୍ୟପଟେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଶିବସେନା ସହ ମେଣ୍ଟ କରୁଥିବା ବେଳେ ଅଜିତଙ୍କ ହାତରୁ କୁଆଡେ ୪୯ ବିଧାୟକ ଖସି ଯାଇଛନ୍ତି ବୋଲି କୁହାଯାଉଛି।

Share