ମୋଦିଙ୍କୁ ପଛରେ ପକାଇଲେ ସନ୍ନି ଲିଓନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ଅଗଷ୍ଟ ପ୍ରଥମ ସପ୍ତାହରେ ଗୁଗୁଲ ସର୍ଚ୍ଚରେ ସନ୍ନି ମୋଦି ଶାହରୁଖ ଖାନ୍‌, ସଲମାନ ଖାନଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ଗୁଗୁଲ ଆନାଲିଟିକାଲ୍‌ ସର୍ଭେ ଅନୁଯାୟୀ, ଭିଡିଓ ଏବଂ ବାୟୋପିକ୍‌ ସିରିଜ୍‌ ପାଇଁ ସନ୍ନିଙ୍କୁ ଅଧିକ ଲୋକ ସର୍ଚ୍ଚ କରୁଛନ୍ତି। ପୂର୍ବୋତ୍ତର ରାଜ୍ୟ ଆସାମ ଏବଂ ମଣିପୁରରେ ବେଶୀ ତାଙ୍କୁ ସର୍ଚ୍ଚ କରୁଥିବା ଜଣାପଡିଛି। ଏହି ଖବର ଜାଣିବା ପରେ ସନ୍ନି କହିଛନ୍ତି, ଏହାର ସମସ୍ତ ଶ୍ରେୟ ମୁଁ ମୋ ଫ୍ୟାନ୍‌ମାନଙ୍କୁ ଦେବାକୁ ଚାହୁଁଛି। ମୋ ସୁଖ ଦୁଃଖରେ ସେମାନେ ହିଁ ମୋ ଛିଡା ହୋଇଛନ୍ତି। ଗତବର୍ଷ ବି ସନ୍ନି ଏହି ସୂଚୀର ଆଗରେ ଥିଲେ।

Share