Categories: ଜାତୀୟ

ମୋଦିଙ୍କୁ ପ୍ରଶଂସା କରି ପୁଣି କଂଗ୍ରେସକୁ ଆଇନା ଦେଖାଇଲେ ଥରୁର

ନୂଆଦିଲ୍ଲୀ,୪।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ନିଜ ଦଳ କଂଗ୍ରେସକୁ ଆଇନା ଦେଖାଇଛନ୍ତି। ସେ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ସାରିଛନ୍ତି। ତେଣୁ ଥରୁରଙ୍କର ଏହି ମୋଦି ପ୍ରେମକୁ କଂଗ୍ରେସ ସହଜରେ ହଜମ କରି ପାରୁନାହିଁ। ବୁଧବାର ପୁଣି ଥରେ ଥରୁର ମୋଦିଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ୨୦୧୪ରେ ମୋଦିଙ୍କୁ ୩୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ମିଳିଛି ୩୭ ପ୍ରତିଶତ ଭୋଟ। ଅର୍ଥାତ୍‌ ମୋଦି ଯେଉଁ ଭୋଟ ପାଉଛନ୍ତି ସେଥିରେ କଂଗ୍ରେସକୁ ଭୋଟ ଦେଉଥିବା ଲୋକେ ମଧ୍ୟ ସାମିଲ ଅଛନ୍ତି। ତେଣୁ ପରୋକ୍ଷରେ ମୋଦିଙ୍କୁ ପ୍ରଶଂସା କରୁଥିବା ଥରୁର ସଫେଇ ଦେବାକୁ ଯାଇ କହିଛନ୍ତି, ମୋଦି ନିଶ୍ଚିତ ସେମିତି କିଛି କରୁଛନ୍ତି ଅବା କହୁଛନ୍ତି ଯେଉଁଥିପାଇଁ ଭୋଟର ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି। ତେଣୁ ଏକଥା ଯେପର୍ଯ୍ୟନ୍ତ କଂଗ୍ରେସ ବୁଝି ପାରି ନାହିଁ ସେପର୍ଯ୍ୟନ୍ତ ଭୋଟର ଆମ ଆଡକୁ ଆସିବେ ନାହିଁ ବୋଲି ସେ କହିଛନ୍ତି। ଭଲକୁ ପ୍ରଶଂସା କରିବା ଉଚିତ୍‌ ବୋଲି ସେ ଶେଷରେ କହିଛନ୍ତି। ଯାହା କଂଗ୍ରେସକୁ ଏକ ପ୍ରକାର ଝଟ୍‌କା ଲାଗିଛି।

Share