Categories: ଜାତୀୟ

ମୋଦିଙ୍କୁ ପ୍ରଶଂସା କଲା ଟାଇମ୍‌ ମାଗାଜିନ୍‌

ନୂଆଦିଲ୍ଲୀ,୨୯।୫: ଟାଇମ୍‌ ମାଗାଜିନ୍‌ ନରେନ୍ଦ୍ର ମୋଦିଙ୍କ ବିପୁଳ ବିଜୟ ପରେ ଏହାର ସ୍ବର ବଦଳାଇଛି। ଏବେ ଏହା ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛି। ପୂର୍ବରୁ ଲୋକ ସଭା ନିର୍ବାଚନ ସମୟରେ ମେ ୧୦ରେ ଟାଇମ୍‌ ମାଗାଜିନ୍‌ ମୋଦିଙ୍କୁ ଭାରତର ମୁଖ୍ୟ ବିଭାଜନକାରୀ(ଇଣ୍ଡିଆସ୍‌ ଡିଭାଇଡର ଇନ୍‌ ଚିଫ୍‌) ଭାବେ ଅଭିହିତ କରିଥିଲା। ସେତେବେଳେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ମାତ୍ର ଏବେ ଟାଇମ୍‌ ମାଗାଜିନ୍‌ର ଏକ ଆର୍ଟିକିଲ୍‌ରେ ମୋଦିଙ୍କୁ ଭାରତରେ ଏକତା ଆଣିଥିବା ପ୍ରଧାନମନ୍ତ୍ରୀ ଭାବେ ଦର୍ଶାଯାଇଛି। ଏଥିରେ ପ୍ରକାଶ ପାଇଛି ଯେ, ମୋଦି ଗତ ଦଶକ ମଧ୍ୟରେ ଭାରତରେ ଏକତା ଆଣିପାରିଛନ୍ତି।(Modi has united India like no Prime Minister in decades)। ଏବେ ଟାଇମ୍‌ ମାଗାଜିନ୍‌ରେ ପ୍ରକାଶ ପାଇଥିବା ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share