ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ୍‌,୧।୧୧: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟିବା ନିଷ୍ପତ୍ତି ବେଶ୍‌ ପ୍ରଶଂସନୀୟ ବୋଲି ଆମେରିକା ଏମ୍‌ପି ଜର୍ଜ ହୋଲ୍ଡିଂ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି। ୩୭୦ ଅନୁଚ୍ଛେଦ ହଟିବା ଦ୍ୱାରା ରାଜ୍ୟରେ ବିକାଶ ତ୍ୱରାନ୍ବିତ ହେବ ବୋଲି ସେ ମତ ଦେଇଛନ୍ତି। ୩୭୦ ଧାରା କାରଣରୁ ପାକିସ୍ତାନରେ ଥିବା ଅନେକ ସଂଗଠନ ଭାରତରେ ଆତଙ୍କବାଦର କାୟା ବିସ୍ତାର କରୁଥିଲେ। ଯାହାଦ୍ୱାରା ଅନେକ ଲୋକଙ୍କ ଜୀବନହାନି ଘଟୁଥିଲା। ତେଣୁ ରାଜ୍ୟର ପ୍ରଗତି ପାଇଁ ଏହି ଧାରା ଉଡିବା ନିହାତି ଜରୁରୀ ଥିଲା ବୋଲି ହୋଲ୍ଡିଂ କହିଛନ୍ତି।

Share