Categories: ଜାତୀୟ

ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୪।୯: ଆମେରିକାର ହ୍ୟୁଷ୍ଟନ୍‌ରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ମୁମ୍ବାଇ  କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା। ସେ କହିଛନ୍ତି, ହ୍ୟୁଷ୍ଟନରେ ମୋଦିଙ୍କ ଭାଷଣ ଭାରତର କୂଟନୀତି ଦୃଷ୍ଟିରୁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ଥିଲା। ମୋ ପିତା ମୁରଲୀଭାଇ ଦେଓରା ଭାରତ ଏବଂ ଆମେରିକା ନିବିଡ ସମ୍ପର୍କର ସୂତ୍ରଧାର ଥିଲେ। ମିଳିନ୍ଦଙ୍କ ଏହି ଟୁଇଟ୍‌ ପରେ ମୋଦି ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେରିକା ସହ ଭାରତର ମଜଭୁତ୍‌ ସମ୍ପର୍କ ପ୍ରତି ମୋ ବନ୍ଧୁ ସ୍ବର୍ଗତ ମୁରଲୀ ଦେଓରାଙ୍କ ପ୍ରତିବଦ୍ଧତାକୁ ଆପଣ ଆଗକୁ ଆଣିଛନ୍ତି ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ମିଲିନ୍ଦ  ହେଉଛନ୍ତି ପୂର୍ବତନ ପେଟ୍ରୋଲିୟମ୍‌ ମନ୍ତ୍ରୀ ମୁରଲୀ ଦେଓରାଙ୍କ ପୁଅ।

Share