Categories: ଜାତୀୟ

ମୋଦିଙ୍କୁ ଭାବପୂର୍ଣ୍ଣ ପତ୍ର ଲେଖିଲେ ସ୍ବାତୀ

ନୂଆଦିଲ୍ଲୀ,୧୪।୧୨: ମହିଳା ସୁରକ୍ଷାକୁ ନେଇ ଆଜିକୁ ୧୨ ଦିନ ହେବ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲଓ୍ବୋଲ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଭାବପୂର୍ଣ୍ଣ ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି ଯଦି ଆନ୍ଧ୍ର ପ୍ରଦେଶ ସରକାର ଐତିହାସିକ ପଦକ୍ଷେପ ଭାବେ ‘ଦିସା ବିଲ୍‌’ ପାସ୍‌ କରିପାରିଲେ ତେବେ କେନ୍ଦ୍ର ସରକାର କାହିଁକି ଏମିତି ପଦକ୍ଷେପ ନେଇ ପାରିବେ ନାହିଁ। ପ୍ରତିଦିନ ଆମ ଦେଶରେ ଝିଅ ଓ ଭଉଣୀଙ୍କ ଜୀବନ ନଷ୍ଟ ହେଉଥିବା ବେଳେ ସରକାର ଏଦିଗରେ ନଜର କାହିଁକି ଦେଉ ନାହାନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ତେଲେଙ୍ଗାନା ମହିଳା ଡାକ୍ତରଙ୍କ ଗଣବଳାତ୍କାର ଓ ହତ୍ୟା ଘଟଣା, ଉନ୍ନାଓ ବଳାତ୍କାର ଘଟଣ ଓ ନିର୍ଭୟା ଭଳି ଘଟଣାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବା ଲାଗି ବ୍ୟବସ୍ଥା କରିବାକୁ ନେଇ ସ୍ବାତୀ ଦୀର୍ଘ ୧୨ ଦିନ ହେବ ଅନଶନରେ ବସିଛନ୍ତି। ଅନ୍ୟପଟେ ଆନ୍ଧ୍ରପ୍ରଦେଶର ଦିସା ବିଲ୍‌ ବା ୨୧ ଦିନରେ ବଳାତ୍କାର ମାମଲାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଭଳି ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

Share