କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ହେଲେ ସେ ମୋଦିଙ୍କୁ ଭେଟିବା ପୂର୍ବରୁ ତାଙ୍କ ପତ୍ନୀ ଯଶୋଦାବେନଙ୍କୁୁ କୋଲକାତା ବିମାନ ବନ୍ଦରରେ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ସେ ଯଶୋଦାବେନଙ୍କୁ ଏକ ଶାଢୀ ଉପହାର ଦେଇଥିଲେ। ସୂଚନାଯୋଗ୍ୟ, ଯଶୋଦାବେନ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହୋଇଥିବା ବେଳେ ଏବେ ସେ କୋଲକାତାରେ ରହୁଛନ୍ତି। ମଙ୍ଗଳବାର ମୋଦିଙ୍କ ୬୯ ତମ ଜନ୍ମ ଦିବସ ଥିବା ବେଳେ ମମତା ତାଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଏହା ସହ ଦିଲ୍ଲୀ ଯାଇ ସେ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା।