ମୋଦିଙ୍କୁ ଭେଟିବେ ଜିନ୍‌ପିଙ୍ଗ୍‌: ହେବନି କଶ୍ମୀର ପ୍ରସଙ୍ଗରେ ଆଲୋଚନା

ବେଜିଂ,୧୮।୯: ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ୍‌ ଏକ ଶିଖର ସମ୍ମିଳନୀରେ ଭେଟିବେ। ତେବେ ଏହି ସାକ୍ଷାତ୍‌କାରରେ କଶ୍ମୀର ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହେବ ନାହିଁ ବୋଲି ଚାଇନା ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ହୁଆ ଚୁନ୍‌ପିଙ୍ଗ୍‌ ସୂଚନାର ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ-୩୭୦ ଉଚ୍ଛେଦ ହେବା ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଏହା ଦୁଇ ଦେଶଦ୍ୱାରା ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ କରାଯିବା ଆବଶ୍ୟକ ବୋଲି ସେ ସୂଚିତ କରିଛନ୍ତି।

Share