ମୋଦିଙ୍କୁ ଭେଟିଲେ ଅନୁପମ ଖେର

ନୂଆଦିଲ୍ଲୀ, ୧।୭: ବଲିଉଡ ଅଭିନେତା ଅନୁପମ ଖେର ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଆଗାମୀ ଫିଲ୍ମ ‘ଓ୍ବାନ୍‌ ଡେ’ର ପ୍ରମୋଶନ ପାଇଁ ଦିଲ୍ଲୀ ଆସିଥିବା ଅନୁପମ ମୋଦିଙ୍କୁ ଭେଟିବାର ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣ ଉଚ୍ଚକୋଟୀର। ଦେଶକୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ ଆପଣଙ୍କ ଚେଷ୍ଟା ଏମିତି ଜାରି ରହୁ। ନିକଟରେ ବଲିଉଡ ଇଣ୍ଡଷ୍ଟ୍ରୀରେ ୩୫ ବର୍ଷ ପୂରଣ କରିଥିବା ଅନୁପମ ଫିଲ୍ମ ‘ଓ୍ବାନ୍‌ ଡେ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନୁପମଙ୍କ ବ୍ୟତିତ ଏହି ଫିଲ୍ମରେ ଇଶା ଗୁପ୍ତା, ଜାକିର ହୁସେନ୍‌, କୁମୁଦ ମିଶ୍ର, ଜରିନା ଓ୍ବାହବ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ଜୁଲାଇ ୫ରେ ରିଲିଜ୍‌ ହେବ।

Share