Categories: ଜାତୀୟ

ମୋଦିଙ୍କୁ ଭେଟିଲେ ଉଦ୍ଧବ ଠାକରେ ସାଙ୍ଗରେ ଥିଲେ ଆଦିତ୍ୟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଉଦ୍ଧବଙ୍କ ଏହି ସାକ୍ଷାତ୍‌କାରକୁ ରାଜନୈତିକ ଦୃଷ୍ଟି କୋଣରୁ ବହୁ ଗୁରୁତ୍ୱ ରଖେ ବୋଲି ଆଲୋଚନା ହେଉଛି। ଅନୁମାନ କରାଯାଉଛି କି ମୋଦିଙ୍କୁ ସାକ୍ଷାତ୍‌ କରିବା ସମୟରେ ଉଦ୍ଧବ ମହାରାଷ୍ଟ୍ର କୃଷକଙ୍କ ଋଣ ଛାଡ ଓ ରାଜ୍ୟର ବିଭିନ୍ନ ପରିଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ମାଗି ପାରନ୍ତି। ସୂଚନାଯୋଗ୍ୟ, ଉଦ୍ଧବ ମୋଦିଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ତାଙ୍କୁ ଭେଟିଛନ୍ତି। ଏହାପରେ ଉଦ୍ଧବ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ମୋଦିଙ୍କ ସହ ସେ ସିଏଏ, ଏନ୍‌ଆର୍‌ସି, ଏନ୍‌ପିଆର ସମ୍ପର୍କରେ କଥା ହୋଇଛନ୍ତି।

Share