ନୂଆଦିଲ୍ଲୀ,୧।୮: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପରେ ସେ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅରୁରୋଧ କରିଛନ୍ତି। ଏହା ସହିତ ଅନୁଚ୍ଛେଦ ୩୫-ଏରେ ସଂଶୋଧନ ନ କରିବାକୁ ଓମାର ଦାବି କରିବା ସହିତ ନିର୍ବାଚନ କରାଇବା ଉପରେ ଗୁରୁତ୍ୱାରୋପ କରିଥିବା ନେଇ ସୂଚନା ଦେଇଛନ୍ତି।