Categories: ଜାତୀୟ

ମୋଦିଙ୍କୁ ଭେଟିଲେ ମମତା: କୁର୍ତ୍ତା, ମିଠା ଦେଲେ ଉପହାର

ନୂଆଦିଲ୍ଲୀ, ୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତ୍‌କାରରେ ମମତା ମୋଦିଙ୍କୁ କୁର୍ତ୍ତା ଓ ମିଠା ଉପହାର ଦେଇଛନ୍ତି। ଏଥିସହ ସେ ମୋଦିଙ୍କୁ ପଶ୍ଚିମବଙ୍ଗ ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ପାଇଁ ୧୩,୫୦୦ କୋଟି ଟଙ୍କା ପାଣ୍ଠି ଦେବାକୁ ଦାବି କରିଛନ୍ତି । ଏଥିସହ ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଦୁହେଁ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ ବୀରଭୂମ ଜିଲାରେ ଏକ ବୃହତ୍‌ କୋଇଲା ଖଣିର ଉଦ୍‌ଘାଟନ କରିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି ବୋଲି ମମତା କହିଛନ୍ତି। ତେବେ କିଛି ଦିନ ହେଲା ମୋଦି ଓ ମମତାଙ୍କ ଭିତରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଏହି ସାକ୍ଷାତ୍‌କାରକୁ ନେଇ ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି। ମଙ୍ଗଳବାର ମୋଦିଙ୍କ ଜନ୍ମଦିନ ପାଳନ କରାଯାଇଥିବା ବେଳେ ମମତା ତାଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଥିଲେ। ତେବେ ସୋମବାର ମୋଦିଙ୍କୁ ଭେଟିବା ପାଇଁ ସେ ସମୟ ମାଗିଥିଲେ।

Share