Categories: ଖେଳ

ମୋଦିଙ୍କୁ ଭେଟିଲେ ସିନ୍ଧୁ

ନୂଆଦିଲ୍ଲୀ,୨୭।୮:ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧୁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତି ଘରକୁ ଫେରିଛନ୍ତି। ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ତାଙ୍କ ସହ କୋଚ ପୁଲେଇଲା ଗୋପୀଚାନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୋଦି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ। ରବିବାର ସିନ୍ଧୁ ଏହି ସଫଳତା ପାଇବା ପରେ ବିଦେଶରେ ଥାଇ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସିନ୍ଧୁଙ୍କ ପାଇଁ ଆମ ଦେଶ ଗର୍ବିତ। ତାଙ୍କ ସଫଳତା ଆଗାମୀ ପିଢି ପାଇଁ ପ୍ରେରଣା ଯୋଗାଇବ ବୋଲି ମୋଦି ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ। ସୂଚନାଯୋଗ୍ୟ, ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବ୍ୟାଡମିଣ୍ଟନର ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପର ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ୨୪ ବର୍ଷୀୟା ସିନ୍ଧୁ ଏକତରଫା ଭାବେ ୨୧-୭, ୨୧-୭ ସିଧାସଳଖ ଗେମରେ ଓକୁହରାଙ୍କୁ ପରାସ୍ତ କରିବାରେ ସମର୍ଥ ହୋଇଥିଲେ।

Share